Breaking News
ବଡ଼ ଖବର

ବିଜେଡି ସରକାର ସମୟରେ ହଜାର ହଜାର ଟଙ୍କାର ସାର ଦୁର୍ନୀତିରେ ବଡ଼ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିଥିଲା: ମନମୋହନ ସାମଲ

ବିଜେଡି ସରକାର ସମୟରେ ହଜାର ହଜାର ଟଙ୍କାର ସାର ଦୁର୍ନୀତିରେ ବଡ଼ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିଥିଲା: ମନମୋହନ ସାମଲ

ଭୁବନେଶ୍ବର: ନିଅଣ୍ଟିଆ ସାର ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି,ସାର ଉପରେ କହିବା ପାଇଁ ବିରୋଧୀ ଦଳ ନେତାଙ୍କ ନୈତିକତା ନାହିଁ। ତାଙ୍କ ସରକାର ବର୍ଷ ବର୍ଷ ଧରି ୟୁରିଆ ଯୋଗାଇ ଦେଇ ପାରୁନଥିଲେ। ଯାହାକୁ ନେଇ ବିଭନ୍ନ ସମୟରେ ରାସ୍ତାରୋକ  ଏବଂ ହୋହଲ୍ଲା ହେଉଥିଲା। ସାରା ନେଇ ହଜାର ହଜାର ଟଙ୍କାର ସାର ଦୁର୍ନୀତି ଅଭିଯୋଗ ଆସିଥିଲା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେଡି ସରକାର ସମୟରେରେ ହଜାର ହଜାର ଟଙ୍କାର ସାର ଦୁର୍ନୀତିରେ ତାଙ୍କର ବିଶିଷ୍ଟ ନେତାଙ୍କ ସମ୍ପୃକ୍ତି ଥିବା ସହ ଦଳୀୟ ପାଣ୍ଠିଙ୍କୁ ଟଙ୍କାଯିବା ଅଭିଯୋଗ ଆସିଥିଲା। ଏ ନେଇ ଆମେ ଅବଗତ ଅଛୁ। ସାର ଯୋଗାଇଦେବା ପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଆମ ସରକାର ଆସିବା ପରେ ନିମ୍ବ, କୋଟଡେ ୟୁରିଆ ଦେଲେ। ସମବାୟ ବିଭାଗ ଅନ୍ୟ ବିଭାଗ ସହ ସମନ୍ୱୟ ରଖି ଏ ଦିଗରେ ପଦକ୍ଷେପ ନେଉଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ବିଜେଡି ସରକାର ସମୟରେରେ ହଜାର ହଜାର ଟଙ୍କାର ଦୁର୍ନୀତିରେ ତାଙ୍କର ବିଶିଷ୍ଟ ନେତାଙ୍କ ସମ୍ପୃକ୍ତି ଥିବା ସହ ଦଳୀୟ ପାଣ୍ଠିଙ୍କୁ ଟଙ୍କାଯିବା ଅଭିଯୋଗ ଆସିଥିଲା। ଏ ନେଇ ଆମେ ଅବଗତ ଅଛୁ। ସାର ଯୋଗାଇଦେବା ପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଆମ ସରକାର ଆସିବା ପରେ ନିମ୍ବ, କୋଟଡେ ୟୁରିଆ ଦେଲେ। ସମବାୟ ବିଭାଗ ଅନ୍ୟ ବିଭାଗ ସହ ସମନ୍ୱୟ ରଖି ଏ ଦିଗରେ ପଦକ୍ଷେପ ନେଉଛନ୍ତି।

Related Post