Breaking News
ବିଶେଷ

ଭାରତ କେବେ ବି ସାଲିସ କରିବ ନାହିଁ; ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବ

ଭାରତ କେବେ ବି ସାଲିସ କରିବ ନାହିଁ; ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବ

ନୂଆଦିଲ୍ଲୀ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍‌ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଆମେରିକାର ୫୦% ଶୁଳ୍କ ବୋମା ମାଡ଼ ହେବା ପରେ ଚପିନି ଭାରତ। ଆମେ କାହା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସ୍ପଷ୍ଟ ଶବ୍ଦରେ କହିଛନ୍ତି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀରେ ଏମ୍.ଏସ୍. ସ୍ୱାମୀନାଥନ ଶତବାର୍ଷିକୀ ଆନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାଧାନମନ୍ତ୍ରୀ ମୋଦୀ କାହାର ନାମ ନନେଇ ଆମେରିକାକୁ କଡ଼ା ଜବାବ ଦେଇଥିଲେ। ସେ କହିଥିଲେ ଯେ, "ଭାରତ କେବେବି ଏହାର ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀ ଭାଇଭଉଣୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ। ମୁଁ ଜାଣେ ଯେ, ବ୍ୟକ୍ତିଗତ ଭାବରେ ଏଥିପାଇଁ ମୋତେ ବହୁତ ମୂଲ୍ୟ ଦେବାକୁ ପଡିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ। ଭାରତ ତା’ର କୃଷକମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସେମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ ମୁଁ ତାହା କରିବାକୁ ପ୍ରସ୍ତୁତ।"

Related Post