Breaking News
ଅପରାଧ

ଗୋଟିଏ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ଆକ୍ସିଜେନ ଦେବା ଘଟଣା: ଅଧୀକ୍ଷକଙ୍କୁ ରିପୋର୍ଟ ଦେଲେ ଶିଶୁ ବିଭାଗ ମୁଖ୍ୟ

ଗୋଟିଏ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ଆକ୍ସିଜେନ ଦେବା ଘଟଣା: ଅଧୀକ୍ଷକଙ୍କୁ ରିପୋର୍ଟ ଦେଲେ ଶିଶୁ ବିଭାଗ ମୁଖ୍ୟ

ବ୍ରହ୍ମପୁର: ଏମକେସିଜିରେ ଗୋଟିଏ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ଆକ୍ସିଜେନ ଦେବା ଘଟଣାରେ ଅଧୀକ୍ଷକଙ୍କୁ ରିପୋର୍ଟ ଦେଲେ ଶିଶୁ ବିଭାଗ ମୁଖ୍ୟ | ଗୋଟିଏ ସିଲିଣ୍ଡରରୁ ଦୁଇଜଣଙ୍କୁ ଏକାସଙ୍ଗେ ଦିଆ ଯାଇପାରିବ ଆକ୍ସିଜେନ | ଚିକିତ୍ସା ବିଜ୍ଞାନ ବହିରେ ଲେଖାଥିବା ରେଫେରେନ୍ସ  ସେ ଦେଇଥିବା ଜଣାଯାଇଛି | ଯେଉଁ ପୃଷ୍ଠାରେ ଲେଖାଅଛି ଜେରକ୍ସ କପି ଦେଇଛନ୍ତି | ଏମକେସିଜିରେ ଗୋଟିଏ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ଆକ୍ସିଜେନ ଦେବା ଘଟଣାରେ ଅଧୀକ୍ଷକଙ୍କୁ ରିପୋର୍ଟ ଦେଲେ ଶିଶୁ ବିଭାଗ ମୁଖ୍ୟ | ଗୋଟିଏ ସିଲିଣ୍ଡରରୁ ଦୁଇଜଣଙ୍କୁ ଏକାସଙ୍ଗେ ଦିଆ ଯାଇପାରିବ ଆକ୍ସିଜେନ | ଚିକିତ୍ସା ବିଜ୍ଞାନ ବହିରେ ଲେଖାଥିବା ରେଫେରେନ୍ସ  ସେ ଦେଇଥିବା ଜଣାଯାଇଛି | ଯେଉଁ ପୃଷ୍ଠାରେ ଲେଖାଅଛି ଜେରକ୍ସ କପି ଦେଇଛନ୍ତି |ଦୁଇ ଶିଶୁଙ୍କ ଶରୀରରେ ଅମ୍ଳଜାନ ସ୍ତର ସମାନ ଥିବା ଦର୍ଶାଇଛନ୍ତି ଏମକେସିଜି ଶିଶୁ ବିଭାଗ ମୁଖ୍ୟ |ନବଜାତ ଶିଶୁଙ୍କ କ୍ଷେତ୍ରରେ ଏଭଳି ଚିକିତ୍ସା ସେବାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ଦୁର୍ଗାମାଧବ ଶତପଥୀ କହିଛନ୍ତି ଯେ ଉଭୟ ଶିଶୁଙ୍କ ଅକ୍ସିଜେନ୍‌ ସ୍ତର ସମାନ ରହିଥିଲା। ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡରରୁ ଏକାଧିକ ରୋଗୀଙ୍କୁ ଅକ୍ସିଜେନ ପ୍ରଦାନ କରିବାକୁ ବାରଣ କରିବା ସହ ଶିଶୁ ବିଭାଗକୁ ଏନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏଭଳି କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଧୀକ୍ଷକ ଡା. ଶତପଥୀ କହିଛନ୍ତି। ପ୍ରକାଶ ଥାଉକି ୨୦୨୨ରେ ତିନି ଶିଶୁଙ୍କୁ ଅକ୍ସିଜେନ୍‌ ଦିଆଯାଇଥିବା ଘଟଣାରେ ତଦନ୍ତ କମିଟି ଗଠନ କରାଯାଇ ଯାଞ୍ଚ କରାଯାଇଥିଲା।

Related Post